ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ରେମୀଯୁଗଳ: ଜଣାପଡ଼ିବା ପରେ…

ଚେନ୍ନାଇ,୮।୧୧: ତାମିଲନାଡୁର ହୋସୁରସ୍ଥିତ ନାଗମଙ୍ଗଳମ୍‌ର ଏକ ହଷ୍ଟେଲରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇବା ଅଭିଯୋଗରେ ଓଡ଼ିଶାର ଜଣେ ଯୁବତୀ ଓ ତାଙ୍କ ପୁରୁଷବନ୍ଧୁ ଗିରଫ ହୋଇଛନ୍ତି। କ୍ରିଷ୍ଣାଗିରି ଜିଲା ନାଗମଙ୍ଗଳମ୍‌ରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରା. ଲିଃ ପକ୍ଷରୁ ମହିଳା କର୍ମଚାରୀମାନଙ୍କ ପାଇଁ ଏହି ହଷ୍ଟେଲ ଉଦ୍ଦିଷ୍ଟ। ତେବେ ଏପରି କାରସାଦି କରି ବେଙ୍ଗାଲୁରୁ ପୋଲିସ ହାତରେ ଧରାପଡ଼ିବା ପରେ ଉଭୟଙ୍କ ବିରୋଧରେ ସଂସ୍ଥାର ଶତାଧିକ ମହିଳା କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୨ ବର୍ଷୀୟା ନିଲୁ କୁମାରୀ ଗୁପ୍ତା ମଧ୍ୟ ଟାଟା ଇଲେକ୍ଟ୍ରୋନିକ୍ସରେ କାର୍ଯ୍ୟ କରନ୍ତି। ପୁରୁଷବନ୍ଧୁ ସନ୍ତୋଷ(୨୫) ମହିଳା ବାଥ୍‌ରୁମ୍‌ରେ ସ୍ପାଏ କ୍ୟାମେରା ଲଗାଇବା ପାଇଁ ନିଲୁଙ୍କୁ କହିଥିଲେ ବୋଲି ଜଣାପଡ଼ିଛି।

 

Dharitri – Odisha’s No.1 Odia Daily