ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଜଣେ ଯୁବତୀ ତାଙ୍କ ଯବାନ ପ୍ରେମିକଙ୍କ ବିରୋଧରେ ପ୍ରେମ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ତେବେ ବରଗଡ ଟାଉନ ଥାନା ପୋଲିସ ଏ ନେଇ ଗତ ଜୁନ୍ ମାସରୁ ଏକ ମାମଲା (ନଂ-୨୬୯/୨୫) ରୁଜୁ କରିଥିବାବେଳେ ପ୍ରେମ ପ୍ରତାରଣା କରିଥିବା ପ୍ରେମିକ ବିଜୟ କୁମାର ଚୌଧୁରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି। ଗତ ୨୦୧୮ ମସିହାରୁ ଫେସବୁକରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ବିବାହର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ଯବାନ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ଯୁବତୀ ଜଣକ ବରଗଡ ଏସପି ପି. ଏସ୍ ମୀନାଙ୍କୁ ଫେରାଦ ହୋଇଥିଲେ।