Categories: Home Middleଖେଳ

ଆଜିଠୁ ଲର୍ଡସ୍ ଲଢ଼େଇ: ତୃତୀୟ ଟେଷ୍ଟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ, ୧-୧ରେ ସିରିଜ ବରାବର

ଲର୍ଡସ୍,୧୦।୭: କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡସ୍ ଷ୍ଟାଡିୟମ୍‌ରେ ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଛି। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଉଭୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମତା ବଜାୟ ରଖିଛନ୍ତି, ଯାହା ଏହି ମ୍ୟାଚ୍‌କୁ ଆହୁରି ରୋମାଞ୍ଚକର କରିଛି।

ଭାରତୀୟ ଦଳ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଏହି ମ୍ୟାଚ୍‌ରେ ଶକ୍ତିଶାଳୀ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଅନ୍ୟପକ୍ଷରେ, ଇଂଲଣ୍ଡ ଦଳ ବେନ୍‌ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ନିଜର ‘ବାଜବଲ’ ଶୈଳୀରେ ଖେଳ ଜାରି ରଖିବାକୁ ଚେଷ୍ଟା କରିବ।

Share