ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଥାନା ନିକଟ ଦୋକାନର ଟିଣଛପର କାଟି ଲୁଟି ନେଲେ ସୁନା ରୂପା

ପୁରୁଷୋତ୍ତୋମପୁର,୧୭।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବଡବଜାରରୁ ଶୁକ୍ରବାର ରାତ୍ରରେ ଲୁଟେରାମାନେ ଏକ ଦୋକାନର ଟିଣ ଛପରକାଟି ଭିତରେ ପଶି  ସୁନା,ରୁପାଅଳଙ୍କାର ଲୁଟିନେଇଛନ୍ତି। ଏହି ଦୋକାନଟି ଥାନାଠାରୁ ମାତ୍ର ଶହେମିଟରରୁ କମ ଦୂରତା ମଧ୍ୟରେ ରହିଥିଲେ ମଧ୍ୟ ଲୁଟେରାମାନେ ପୋଲିସକୁ ଖାତିର ନ କରି ଦୋକାନ ଭାଙ୍ଗି ପଶିବା ଘଟଣା ଖୋଲା ଚାଲେଞ୍ଜ ଦେବା ଭଳି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଚାଙ୍ଗୁଡିଆପଦର ସାହିର ପ୍ରଶାନ୍ତ କୁମାର ନାୟକ କରିଥିବା ଦୋକାନରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଶହେ ଗ୍ରାମର ସୁନା ଅଳଙ୍କାର ସହ ୧ କେଜି ରୁପାର ଅଳଙ୍କାର ଲୁଟ୍‌ ହୋଇଥିବା ନେଇ ଦୋକାନୀ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share