ପୁରୀ,୨।୧୨: ପୁରୀ ଜିଲା ଚନ୍ଦନପୁର ଜୁଏଲାରୀ ମାଲିକଙ୍କଠାରୁ ହୋଇଥିବା ଲୁଟ୍ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଡିଆଇଜି ସତ୍ୟଜିତ୍ ନାୟକ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ମୁତାବକ, ଗିରଫ ଅଭିଯୁକ୍ତଙ୍କଠାରୁ ୧୩୨ଗ୍ରାମ୍ର ୮ଟି ସୁନା ନେକ୍ଲେସ୍, ୩୧ କେଜି ରୁପା ଅଳଙ୍କାର ସହ ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ କାର୍, ଗୋଟିଏ ବାଇକ୍ ଜବତ ହୋଇଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୬ଟି ମୋବାଇଲ ଫୋନ, ଗୋଟିଏ ବନ୍ଧୁକ ସହ ୨ଟି ଅଫୁଟା ଗୁଳି ଜବତ କରିଥିବା ସୂଚନା ଦିଆଯାଇଛି। ସମୁଦାୟ ୭୮ ଲକ୍ଷ ୯୬ ହଜାର ଟଙ୍କାର ସୁନା ଏବଂ ନଗଦ ଟଙ୍କା ଜବତ କରାଯାଇଛି।
Dharitri – Odisha’s No.1 Odia Daily