ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ୍‌: ରାତି ୨ ଟାରୁ…

ବୁଗୁଡ଼ା,୨୭।୯(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି କରଡାବାଡି ସେବା ସମବାୟ ସମିତି ଆଗରେ ସାର ପାଇଁ ରାତି ୨ଟାରୁ ଚାଷୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ଚାଷ ଜମିରେ ରୁଆ ସରିବା ପରେ ସାରର ଆବଶ୍ୟକତା ଥିବା ବେଳେ ଚାଷୀଙ୍କୁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସେବା ସମବାୟ ସମିତିରୁ ସାରା ନ ମିଳିବାରୁ ବିଭିନ୍ନ ପ୍ରତିବାଦ ହୋଇ ଖବରକାଗଜରେ ପ୍ରକାଶିତ ହୋଇଥିଲା।
ସେହିପରି ସାର ପାଇଁ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବୁଗୁଡ଼ା ବ୍ଳକ ଓ ତହସିଲଦାର ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଯାହାକୁ ନେଇ ରାତି ୨ଟାରୁ ବି କରଡାବାଡି ସେବା ସମବାୟ ସମିତି ଆଗରେ, ସମିତି ଅଧୀନରେ ଥିବା ବିଭିନ୍ନ ଗ୍ରାମର ୫୦୦ରୁ ଊଦ୍ଧର୍‌ବ ଚାଷୀ ବର୍ଷାରେ ଭିଜି ଭିଜି ସାର ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ସାର ନେଉଥିବା ଦେଖିବାକୁ ମିଳିଛି।