ରିଷିଡ଼ା,୧୫।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା କୁମ୍ଭାରପଡ଼ାଠାରେ ନୂତନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଉଦ୍ଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନୀ ସାହୁ, ବିଡିଓ ଦେବେନ୍ଦ୍ର ସାମଲ, ଜିଲା ପରିଷଦ ସଭ୍ୟ ଜୋନ-କ ମହେନ୍ଦ୍ର ରଣା ,ରିଷିଡ଼ା ସରପଞ୍ଚ ସେବତୀ ରଣା, ରିଷିଡ଼ା ସମିତି ସଭ୍ୟ ନିମାଇଁ ଚରଣ ବେହେରା, ପୌରକେଲା ସରପଞ୍ଚ ଯଶସିନୀ ଧରୁଆ, କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ଯଶୋବନ୍ତ ସାହୁ ଗ୍ରାମ କମିଟି ସଭାପତି ନାରାୟଣ ରଣା, ସମ୍ପାଦକ ପ୍ରେମାନନ୍ଦ ପାତ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ। ନରୋତ୍ତମ ସେଲମା ମଞ୍ଚ ପରିଚାଳନା କରିଥିଲେ। ରିଷିଡାରେ ବିଭିନ୍ନ ବ୍ରତ, ପୂଜା, ବିବାହ ଉତ୍ସବ ପାଇଁ ଜନସାଧାରଣ ଅସୁବିଧାର ସମୁଖୀନ ହେଉଥିବା ବେଳେ ନୂତନ କଲ୍ୟାଣ ମଣ୍ଡପର ଶୁଭାରମ୍ଭ ଲୋକଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ମନୋଜ ରଣା, ରମେଶ ବାରିକ, ଯୁଗଳ ନାଏକ, ଲିପୁନ ରଣା ବିଜେଡି ନେତ୍ରୀ ମନ୍ଦିରା ନାଏକ, ନାଏକ ସରପଞ୍ଚ ନରେଶ କେଡ଼ିଆ, ସୁଶାନ୍ତ ମଲ୍ଲିକ, ଦେବେନ୍ଦ୍ର ରଣା, ସନୁ ରଣା, ବିଶିଷ୍ଟ ଉଦ୍ୟୋଗପତି ଶିବଲାଲ କେଡିଆଙ୍କ ସମେତ ସ୍ଥାନୀୟ ମହିଳା ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ ।