ଛତ୍ରପୁର,୨୭।୮(ସନ୍ତୋଷ ପାଢ଼ୀ): ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ। ପୁର ଠାରୁ ପଲ୍ଲୀ ସବୁଠି ଅଗ୍ରପୂଜ୍ୟ ଗଜାନନଙ୍କ ପୁଜା ବହୁ ଆଡମ୍ବରରେ ଚାଲିଛଇ। ହେଲେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆନୂଆଗାଁ ଠାରେ ଅବସ୍ଥିିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ତିକ୍ତତା ହେତୁ ସ୍କୁଲ ଫାଟକରେ ତାଲା ପଡ଼ିଛି। ସ୍କୁଲରେ ପ୍ରଭୁ ଗଣେଶଙ୍କ ପୁଜା କରିପାରି ନାହାନ୍ତି ପିଲେ । ଛାତ୍ରଛାତ୍ରୀ ପୂଜା ଥାଳି ଧରି ନିରାଶରେ ଘରକୁ ଫେରିଛନ୍ତି।
ଅନ୍ୟପକ୍ଷରେ, ସ୍କୁଲ ଫାଟକରେ ତାଲା ପଡ଼ିଥିବା ଦେଖି ସ୍କୁଲକୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ବାହାରେ ଠିଆ ହୋଇଥିଲେ। ସେଥି ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍କୁଲ କମିଟି ଓ ସ୍କୁଲ ର ଶିକ୍ଷକ ମିଶି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଛନ୍ତି।