ପଶ୍ଚିମବଙ୍ଗରେ ୩୦ ଯାଏ ଲକ୍‌ଡାଉନ

କୋଲକାତା, ୧।୯(ପି.ଟି.): ପଶ୍ଚିମବଙ୍ଗ ସରକାର କରୋନାଜନିତ ଲକ୍‌ଡାଉନ୍‌କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେପ୍ଟେମ୍ବର ୭, ୧୧ ଏବଂ ୧୨ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା କହିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌ ୪ ଗାଇଡ୍‌ଲାଇନ ଅନୁଯାୟୀ ସେପ୍ଟେମ୍ବର ୮ରୁ ମେଟ୍ରୋ ରେଳ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ସୋମବାର ସୁ୍‌ଦ୍ଧା ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୯,୭୮୫ରେ ପହଞ୍ଚତ୍ଥିବାବେଳେ ୩,୧୭୬ ଜଣଙ୍କ ଜୀବନ ଗଲାଣି। ୧,୩୦,୯୫୨ ଜଣ ସୁସ୍ଥ ହୋଇଥିବାବେଳେ ୨୫,୬୫୭ ଆକ୍ଟିଭ୍‌ କେସ୍‌ ରହିଛି।