ବୋହୂଙ୍କ ଶୁଦ୍ଧି କ୍ରିୟା ପାଇଁ ସହାୟତାର ହାତ ବଢାଇଲେ ସ୍ଥାନୀୟ ସରପଞ୍ଚ

କର୍ଲାମୁଣ୍ଡା,୧୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଯୋଗିପଲା ଗ୍ରାମ ଶିଶୋପଡାଠାରେ ଜୈନେକ ୮୦ ବର୍ଷିଆ ବୃଦ୍ଧାଙ୍କ ବୋହୂଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ବୃଦ୍ଧା ମହିଳାଙ୍କ ପାଇଁ ଅର୍ଥ ସମସ୍ୟା ଦେଖା ଦେଇଥିଲା। ଏନେଇ ଧରିତ୍ରୀ ଖବରକାଗଜରେ ସୋମବାର ଏକ ଖବର ପ୍ରକାଶ ପାଇଥିଲା। ତେବେ ଖବର ଜାଣିବା ପରେ ସ୍ଥାନୀୟ ରେଗଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଦିପ୍ତୀ ମୟୀ ସାହୁ ବୃଦ୍ଧାଙ୍କ ନିକଟକୁ ଯାଇ ହରଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଓ ତାଙ୍କ ନିଜର ଦୁଇ ହଜାର ମିଶେଇ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଏଭଳି ସମୟରେ ଜଣେ ନିରୀହ, ଅସହାୟ ବୃଦ୍ଧାଙ୍କୁ ସହାୟତା ଦେଇଥିବାରୁ ଲୋକେ ସରପଞ୍ଚଙ୍କୁ ପ୍ରସଂଶା କରିଛନ୍ତି।

Share
Tags: odisha