ଲିଭ୍‌-ଇନ୍‌ ପାର୍ଟନରଙ୍କୁ ପରିବାର ପେନ୍‌ସନରେ ସାମିଲ ଆବେଦନ

ନୂଆଦିଲ୍ଲୀ,୧୨ା୧: ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ପରିବାର ପେନ୍‌ସନରେ ସାମିଲ କରିବା ନେଇ ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟ ଶନିବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀଙ୍କ ସହ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲିଭ୍‌-ଇନ୍‌ରେ ରହିଥିବା ମହିଳା ଓ ସେମାନଙ୍କ ପିଲାମାନଙ୍କୁ ପାରିବାରିକ ପେନ୍‌ସନ ଏବଂ ସ୍ବାସ୍ଥ୍ୟସେବା ସୁବିଧା ମିଳିବା ଲାଗି ଦାବିକରି ସେ ହାଇକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ନବୀନ ଚାଓ୍ବଲା ଏବଂ ମଧୁ ଜୈନଙ୍କ ଖଣ୍ଡପୀଠ କହିଛନ୍ତି, ଆବେଦନକାରୀ ତାଙ୍କ ସମ୍ପର୍କକୁ କଦାପି ଲୁଚାଇନାହାନ୍ତି। ପରିବାରରେ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ସାମିଲ କରିବା ପାଇଁ ସେ ଉଦ୍ୟମ କରିଛନ୍ତି। ତେଣୁ ଅବସର ପରବର୍ତ୍ତୀ ସୁବିଧା ପାଇବାରୁ ତାଙ୍କ ପାର୍ଟନର ଓ ପିଲାମାନଙ୍କୁ ବଞ୍ଚତ୍ତ କରିବା ଭୁଲ୍‌ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

 

Dharitri – The Largest & Most Trusted Odia Daily

Share