ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଜଡାମୁଣ୍ଡାର ଇଫ୍ରାତ୍ ଜୋଏଲ(୯) ଟାଇଟଲ ଜିତିଛନ୍ତି। ଗୁରୁବାର ପୂର୍ବାହ୍ନ ରେଟାଇଟଲ ବିଜେତା ଇଫ୍ରାତ୍ ଏବଂ ତାଙ୍କ ଅବିଭାବକ ଲୋଇସିଂହାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଶଂସକ ସ୍ଥାନୀୟ ଅଗ୍ରେସନ ଭବନରୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ଡିଜେ ବଜାଇ ନୃତ୍ୟଗୀତ କରି ଘର ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଶୋଭାଯାତ୍ରାବେଳେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତାରେ ଭାରତ ସମେତ ଅଷ୍ଟ୍ରେଲିଆ, ଆମେରିକା, ୟୁକ୍ରେନ, ମାଲେସିଆ, ଶ୍ରୀଲଙ୍କା ଏବଂ ଆଲ୍ଜେରିଆ ଭଳି ବିଭିନ୍ନ ଦେଶରୁ ଭାଗ ନେଇଥିବା ୧୨ ଜଣ ପ୍ରତିଯୋଗୀଙ୍କ ସହ ଇଫ୍ରା ପ୍ରତିଦ୍ବନ୍ଦିତା
କରିଥିଲେ। ଏଥିରେ ସେ ଚମତ୍କାର ପ୍ରଦର୍ଶନ କରି ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି।