କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି ପର୍ବ ପାଳନ କରିଛନ୍ତି। ସମଗ୍ର ଦେଶର ହୋଲି ପର୍ବ ପାଳନ କରାଯାଇଛି। ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ସବୁଠି ହୋଲି ପର୍ବ ଧୂମଧାମରେ ପାଳୁଛନ୍ତିି ଲୋକେ।
କୁନିକୁନି ଛାତ୍ରୀଛାତ୍ରମାନେ ପ୍ରତ୍ୟେକ ଘରୁ ଚାଉଳ ସଂଗ୍ରହ କରି ହୋଲି ଦହନରେ ପୂଜାର୍ଚ୍ଚନା କରିଥିଲେ। ପ୍ରତ୍ୟେକ ସାଙ୍ଗସାଥୀଙ୍କୁ ସ୍ନେହରେ ରଙ୍ଗ ଲଗାଇ ସକାଳେ କୁନି ଛାତ୍ରୀଛାତ୍ରମାନେ ଘରକୁ ଘର ବୁଲି ପ୍ଲାଷ୍ଟିକ ଡବା ବଜାଇ ନାଚ ଗୀତ କରିଥିଲେ।