Categories: Home Leftଖେଳ

କୋଲକାତାକୁ ଝଟକା: ଖେଳିବେନି ଲିଟନ

କୋଲକାତା,୨୮ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅବଶିଷ୍ଟ ମ୍ୟାଚରେ ଉପଲବ୍ଧ ହେବେ ନାହିଁ କୋଲକାତା ନାଇଟ ରାଇଡର୍ସ (କେକେଆର)ର ବାଂଲାଦେଶ ଉଇକେଟକିପର-ବ୍ୟାଟର ଲିଟନ ଦାସ। ପରିବାରର କେହି ଜଣେ ଅସୁସ୍ଥଥିବା ଦର୍ଶାଇ ଲିଟନ୍‌ ଶୁକ୍ରବାର ଢାକା ଫେରିଯାଇଛନ୍ତି।

ଲିଟନ୍‌ଙ୍କୁ କେକେଆର ବେସ୍‌ ପ୍ରାଇସ୍‌ ୫୦ ଲକ୍ଷ ଟଙ୍କାରେ କ୍ରୟ କରିଛି। ସେ ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷ ଗୋଟିଏ ମ୍ୟାଚ ଖେଳିବା ପରେ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଥିଲେ।