ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଢେପାଗୁଡ଼ା, ତେଲିଆପଲ୍ଲୀ ସମେତ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମରେ ବୁଧବାର ଅବକାରୀ ଟିମ୍ ଅତର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୫ ଲିଟର ଦେଶୀମଦ ସହ ଏକ ବାଇକ୍ ଜବତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଢେପାଗୁଡ଼ା ଗ୍ରାମର ବଳରାମ ମଲ୍ଲିକ, ଡେଙ୍ଗାପଦର ଗ୍ରାମର ବଚ୍ଚନ ସାହୁ ଏବଂ ତେଲିଆପଲ୍ଲୀ ଗ୍ରାମର କାର୍ତ୍ତିକ ମଲ୍ଲିକ। ବ୍ରହ୍ମପୁର ସଦର ଅବକାରୀ ଇନ୍ସପେକ୍ଟର ବି.ମନୋଜ କୁମାର, ଷ୍ଟ୍ରାଇକିଂ ଫୋର୍ସ ଇନ୍ସପେକ୍ଟର ମନୀଷା ଭୋଳ,ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ. ତ୍ରିପତି, ଏଏସ୍ଆଇ ସନ୍ତୋଷ ପାଢ଼ୀ, କନଷ୍ଟେବଳ ସୁଧାକର ଶବର, ବବୁଲ ମୁଦୁଲି, ରାଜେଶ ଜେନା,ପଦ୍ମାବତୀ ସେଠୀ,ବଳରାମ ପାତ୍ର ପ୍ରମୁଖ ସଦଳବଳ ଏହି ଚଢ଼ାଉ ଧରପଗଡ଼ରେ ସାମିଲ ଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ରାସାୟନିକ ପରୀକ୍ଷା ନିମନ୍ତେ ମଦ ସଂଗ୍ରହ କରାଯାଇ ଜିଲା ଫରେନ୍ସିକ୍ ଲାବୋରେଟାରୀକୁ ପଠାଯାଇଥିବା ଅବକାରୀ ଇନ୍ସପେକ୍ଟର ଜଣାଇଛନ୍ତି।