ଫସିଗଲେ କେଶବ: ରାସ୍ତାକଡ଼ରେ ପ୍ଲାଷ୍ଟିକ୍‌ ଜାରକିନ ଧରି ବସି ବିକୁଥିଲେ…

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ପୁଟଖାଲ ଗ୍ରାମର କେଶବ ମଲ୍ଲିକଙ୍କଠାରୁ ୧୮ ଲିଟର ଦେଶୀମଦ ଜବତ କରାଯାଇଛି। ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ.୧୪୩/୨୫-୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

ମଙ୍ଗଳବାର ସରେ ଅବକାରୀ ଏଏସ୍‌ଆଇ ଏନ.ତ୍ରିପତି, କନଷ୍ଟେବଳ ଏସ୍‌ କେ.ରାଜେଶଉଦ୍ଦିନ ପାଟ୍ରୋଲିଂ କରୁଥିବା ବେଳେ କେଶବ ଗାଁ ରାସ୍ତାକଡରେ ଏକ ପ୍ଲାଷ୍ଟିକ ଜାରକିନ ଧରି ବସିଥିଲେ। ଖାନତଲାସ କରାଯିବାରୁ ସେଥିରେ ଦେଶୀମଦ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ମଦ ଜବତ କରାଯାଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ତାଙ୍କୁ ଗିରଫ କରାଯାଇ ଅବକାରୀ ଥାନାକୁ ଅଣାଯାଇଥିଲା।

Dharitri – Odisha’s No.1 Odia Daily

Share
Tags: odisha