ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ଶ୍ୟାମ ସୁନ୍ଦର ପଲ୍ଲୀ ଗ୍ରାମ ଉପର ସାହିର ଋଷିଆ ମଲ୍ଲିକଙ୍କୁ ବୁଧବାର ଦିଗପହଣ୍ଡି ଅବକାରୀ ଓଆଇସି ଅନୀତା ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅବକାରୀ ମାମଲା ନଂ.୯୫/୨୫-୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ,ମଙ୍ଗଳବାର ସନ୍ଧ୍ୟାରେ ଅବକାରୀ ଓଆଇସି ସଦଳବଳେ କେ.ନୂଆଗାଁ ଥାନା ଅଧିନ ଶ୍ୟାମସୁନ୍ଦର ପଲ୍ଲୀ, ପାଳଝାଡି, ବଡ଼ପଦା, ଚଷା ନିମଖଣ୍ଡି ଗ୍ରାମ ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ଶ୍ୟାମସୁନ୍ଦରପଲ୍ଲୀ ଗ୍ରାମ ରାସ୍ତାରେ ଅଭିଯୁକ୍ତ ସନ୍ଦେହଜନକ ଭାବେ ଏକ ଜରିବସ୍ତା ଧରି ଯାଉଥିଲେ। ଏହାଦେଖି ଅବକାରୀ କର୍ମଚାରୀ ତାଙ୍କୁ ଅଟକାଇ ଖାନତଲାସି କରିବାରୁ ସେଥିରେ ଏକ ପ୍ଲାଷ୍ଟିକ ଜାରକିନରେ ୨୦ ଲିଟର ଦେଶୀମଦ ଥିବା ଜଣାପଡିଥିଲା। ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଜବତ ମଦର ରସାୟନିକ ପରୀକ୍ଷା କରାଯାଇଥିଲା। ଅଭିଯୁକ୍ତ ଉକ୍ତ ମଦକୁ ବିକ୍ରୀ ନିମନ୍ତେ ନେଉଥିବା ସ୍ବୀକାର କରିବା ପରେ ତାଙ୍କୁ ଦିଗପହଣ୍ଡି ଅବକାରୀ କାର୍ଯ୍ୟାଳୟକୁ ଉଠାଇ ଅଣାଯାଇଥିଲା।ଏହି ଚଢାଉ ଧରପଗଡ ରେ ଅବକାରୀ ଏଏସଆଇ ଏନ. ତ୍ରିପତି , କନେଷ୍ଟବଳ ଏସକେ. ରାଜେଶ ଉଦ୍ଦିନ, ବଳରାମ ପାତ୍ର,ରାଜେଶ କୁମାର ଜେନା ପ୍ରମୁଖ ସାମିଲ ଥିଲେ।