ଥୁଆମୂଳ ରାମପୁର,୧ା୮(ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ଅବକାରୀ ବିଭାଗ ଶୁକ୍ରବାର କର୍ଲାପାଟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ ସହ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଣିଗୁମା ଗ୍ରାମର କ୍ଷମା ନାଏକ, ଭିତରଗୁମା ଗ୍ରାମର ସୁଦର୍ଶନ ନାଏକ ଓ ଡୁଡକାଗୁଡା ଗ୍ରାମର ରୁକ୍ମଣୀ ନାଏକ। ଏ ନେଇ ଜିଲା ମୋବାଇଲ ୟୁନିଟ କେସ୍ ନମ୍ବର ୧୭୯, ୧୮୦, ୧୮୧/୨୫ରେ ୫୨ଏ (ଆଇ) ଅବକାରୀ ଦଫାରେ ଅଭିଯୁକ୍ତଙ୍କୁ ଥୁଆମୂଳ ରାମପୁର ଜେଏମ୍ଏଫ୍ସି କୋର୍ଟ ଚାଲାଣ କରାଯାଇଛି। ଚଢାଉରେ ଜିଲା ମୋବାଇଲ ଟିମ ଆଇଆଇସି ଅରୁଣ କୁମାର ଯୋଷୀ, ଜିଲା ଅବକାରୀ ବିଭାଗ ସଦର ଆଇଆଇସି ହେମକାନ୍ତି ସୁନା,ଏସ୍ଆଇ ବିଜୟ ଭୂଷଣ ନାଏକ ଓ ଥୁଆମୂଳ ରାମପୁର ଅବକାରୀ ବିଭାଗର ଓଆଇସି ପ୍ରଶାନ୍ତୀ ସ୍ବାଇ ସାମିଲ ହୋଇଥିଲେ।