ଭବାନୀପାଟଣା,୨୪।୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ସିଭିଲ ଜର୍ଜ(ଜେଏମ୍ଏଫ୍ସି) ବିଚାରପତି ଦିପେନ୍ଦ୍ର ସିଂହ ରାଠୋର ଶନିବାର ଏକ ବେଆଇନ ମଦ ଜବତ ମାମଲାର ରାୟ ଶୁଣାଇଛନ୍ତି। ଏହି ମାମଲାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଜୁନାଗଡ଼ ଥାନା ଦାସିଗାଁର ଗଜାନନ ଲହଜଳଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ଅତିରିକ୍ତ ୩ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଯେ,ଗତ ୨୦୨୪ ମସିହାରେ ଅଭିଯୁକ୍ତ ଲହଜଳଙ୍କ ଠାରୁ ସ୍ଥାନୀୟ ଅବକାରୀ ବିଭାଗ ୩୬ ଲିଟର ବିଦେଶୀ ମଦ ଜବତ କରିବା ସହ ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାଟିକୁ ଅବକାରୀ ନିରୀକ୍ଷକ ହେମକାନ୍ତ ସୁନା ତଦନ୍ତ କରିଥିବାବେଳେ କୋର୍ଟରେ ମାମଲାଟିକୁ ପୂର୍ବତନ ସରକାରୀ ଆଇନଜୀବୀ ଦିଗାମ୍ବର ନାଏକ ପରିଚାଳନା କରିଥିଲେ। ଏହି ସମୟରେ ବର୍ତ୍ତମାନର ସରକାରୀ ଆଇନଜୀବୀ ଟଙ୍କଧର ନାଏକ ମଧ୍ୟ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily