Categories: Home Leftଖେଳ

ବାରବାଟୀ ପରେ ଓ୍ବିମ୍ବଲେରେ ଲିଭିଗଲା ଲାଇଟ୍‌: ଇଂଲଣ୍ଡ-ସ୍ପେନ ମ୍ୟାଚ୍‌ ବାଧାପ୍ରାପ୍ତ

ଲଣ୍ଡନ,୨୭ା୨: କଟକର ବାରବାଟୀ ଷ୍ଟାଡିୟମରେ ଘଟିଥିବା ଘଟଣାର ପୁନରାବୃତ୍ତି ଲଣ୍ଡନ ସ୍ଥିତ ଓ୍ବିମ୍ବଲେ ଷ୍ଟାଡିୟମରେ ଘଟିଛି। ବୁଧବାର ଷ୍ଟାଡିୟମରେ କରେଣ୍ଟ ଚାଲିଯିବାରୁ ଇଂଲଣ୍ଡ ଓ ସ୍ପେନ ମହିଳା ଫୁଟବଲ ଦଳ ମଧ୍ୟରେ ଖେଳାଯାଇଥିବା ନେଶନ୍ସ ଲିଗ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା।

ୟୁରୋପିଆନ ଚାମ୍ପିୟନ ଇଂଲଣ୍ଡ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲରେ ଆଗରେ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଷ୍ଟାଡିୟମରେ ହଠାତ ଅନ୍ଧାର ଛାଇ ଯାଇଥିଲା। ଷ୍ଟାଡିୟମରେ କେବଳ ଡିଜିଟାଲ ବିଜ୍ଞାପନ ହୋର୍ଡିଂ ଓ କର୍ପୋରେଟ ବକ୍ସର ମଧ୍ୟରେ ଲାଇଟ ଜଳୁଥିଲା। ବିକଳ୍ପ ବ୍ୟବସ୍ଥା କରାଯିବା ପରେ ଷ୍ଟାଡିୟମ ଆଲୋକିତ ହୋଇଥିଲା। ଏଥିଯୋଗୁ ମ୍ୟାଚ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

ନିକଟରେ ଓଡ଼ିଶାର ବରାବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ ହଠାତ ଏକ ଫ୍ଲଡ ଲାଇଟରେ ତ୍ରୁଟି ଯୋଗୁ ମ୍ୟାଚ କିଛି ସମୟ ବାଧା ପ୍ରାପ୍ତ ହୋଇଥିଲା।