ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ସଂଗୀତା ଯାନୀ (୧୫), ପୂର୍ଣ୍ଣବାସୀ ଯାନୀ (୨୦), ସୁମିତ୍ରା ଯାନୀ (୫୦), ଗିରିଧାର ଯାନୀ ( ୭), ରୀତିକା ରାଣୀ ଯାନୀ (୪)। ସଙ୍ଗୀତାଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତେ ଘର ଭିତରେ ଥିବା ସମୟରେ ଘର ପାଖରେ ଥିବା ଏକ ନଡ଼ିଆ ଗଛକୁ ପ୍ରଥମେ ବଜ୍ରପାତ ଘଟିଥିଲା। ଫଳରେ ଉପରୋକ୍ତ ୫ ଜଣଙ୍କୁ ଆହତ ହୋଇଥିଲେ। ଗ୍ରାମର ଈଶ୍ୱର ଚନ୍ଦ୍ର ବଡମୁଣ୍ଡି ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା। ପରେ ଅଟୋ ଯୋଗେ ଆହତମାନଙ୍କୁ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା।c