ବିଲକୁ ପାଣି ମଡାଇବାକୁ ଯାଇଥିଲେ ମାରିଲା ଘଡଘଡି

କଲ୍ୟାଣସିଂହପୁର ୨୦।୧୦(ଦୀପକ କୁମାର ପରଡ଼ା): ବଜ୍ରପାତରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସାନତଡ୍ରା ଗାଁର କୃଷ୍ଣ ନାଚିକାଙ୍କ ପୁଅ ବଗି ନାଚିକା। ଗାଁଠାରୁ ପ୍ରାୟ ୬ଶହ ମିଟର ଦୂରରେ ଥିବା କେନ୍ଦୁଗୁଡା ଗାଁ ପାର୍ଶ୍ୱ ଚାଷ ଜମିରେ ପାଣି ମଡ଼ାଇବା ସମୟରେ ବଜ୍ରପାତ ମାରିଥିଲା। ଦିନ ଦୁଇପହର ସମୟରେ ହଟାତ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବୋଲି ଗ୍ରାମର ସଞ୍ଜୁ ତିଆକା କହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Share
Tags: rayagada