Categories: ଅନୁଗୋଳ

ଅନୁଗୋଳରେ ଲାଇଫ ଲାଇନ ଏକ୍ସପ୍ରେସ

ଅନୁଗୋଳ ଅଫିସ, ୧୪।୧୧: ଅନୁଗୋଳ ରେଳ ଷ୍ଟେଶନରେ ପ୍ରଥମ ଥର ପାଇଁ ହସ୍ପିିଟାଲ ଇନ୍‌ ଟ୍ରେନ ଲାଗିଛି। ଏହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟେଶନ୍‌ରେ ରହି ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବା ସହ ଔଷଧ ପ୍ରଦାନ କରିବ। ଏଥିରେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥିବାବେଳେ ଅଭିଜ୍ଞ ଡାକ୍ତରମାନେ ଆବଶ୍ୟକସ୍ଥଳେ ରୋଗୀଙ୍କ ଅସ୍ତ୍ରୋପଚାର ମଧ୍ୟ କରିପାରିବେ। ତେଣୁ ଏହାକୁ ଲାଇଫ ଲାଇନ ଏକ୍ସପ୍ରେସ କୁହାଯାଉଥିବା ପରିଚାଳନା ସଂସ୍ଥା ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେଶନ୍‌ ପକ୍ଷରୁ କୁହାଯାଇଛି। ଏହି ଟ୍ରେନରେ ୨ଟି ଅସ୍ତ୍ରୋପଚାର ବଗି ରହିଛି। ଏହି ସେବା ପାଇଁ ଦେଶର ବଡ଼ ବଡ଼ ଶିଳ୍ପ ଅନୁଷ୍ଠାନ ସେମାନଙ୍କ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି (ସିଏସ୍‌ଆର୍‌)ରୁ ଅର୍ଥ ଯୋଗାଇ ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଫାଉଣ୍ଡେଶନ ବିଭିନ୍ନ ସ୍ଥାନକୁ ଯାଇ ସେବା ଯୋଗାଇ ଦେଉଛି ବୋଲି ସଂସ୍ଥାର ଅଧିକାରୀ ପ୍ରଫେସର ରୋହିଣୀ ଭି. ଚୋଗୁଲୁ କହିଛନ୍ତି। ରୋଗୀଙ୍କୁ ନେବା ଆଣିବା ପାଇଁ ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ରଖାଯାଇଛି। ଟ୍ରେନ୍‌ ଭିତରେ ଅତ୍ୟାଧୁନିକ ହସ୍ପିଟାଲ ସାରା ବିଶ୍ୱରେ ପ୍ରଥମ ବୋଲି ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେଶନ ପରିଚାଳକ ବିବେକ ଦାସ ସୂଚନା ଦେଇଛନ୍ତି।