ଘୂର୍ଣ୍ଣିଝଡ଼ ମୋନ୍ଥା କଟକଣା ମାନୁ ନାହାନ୍ତି ପର୍ଯ୍ୟଟକ, ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ବାଡେଇଲେ

ପୁରୀ,୨୮।୧୦: ମୋନ୍ଥା ଘୂର୍ଣ୍ଣିଝଡ଼ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରୁ ସୋମବାରରୁ ବୁଧବାର ଯାଏ ସମୁଦ୍ର ସ୍ନାନ ଉପରେ ନିଷେଧାଜ୍ଞା ଜାରି ହୋଇଛି। ମଙ୍ଗଳବାର ସେକ୍ଟର-୪ରେ ଜଣେ ଲାଇଫ୍‌ଗାର୍ଡ ପର୍ଯ୍ୟଟକ ଦମ୍ପତିଙ୍କ ଦ୍ୱାରା ଚପଲରେ ଆକ୍ରମଣର ଶିକାର ହୋଇଛନ୍ତି। ମହିଳା ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେବା ପରେ ଏହି ଘଟଣା ଘଟିଛି।

ଲାଇଫ୍‌ଗାର୍ଡ କହିଛନ୍ତି, “ଦମ୍ପତି ସମୁଦ୍ରକୁ ଯିବାକୁ ଚେଷ୍ଟା କରୁଥିଲେ, ଆମେ ବାରଣ କରିଥିଲୁ। କିନ୍ତୁ ସେମାନେ ଝଗଡ଼ା କରି ଚପଲରେ ଆକ୍ରମଣ କଲେ।” ଏହି ଘଟଣା ବିଷୟରେ ସେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱାସନ ମିଳିଛି।

ସମସ୍ତ ୧୪ଟି ସେକ୍ଟରକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି। ଅଧିକ ଲାଇଫ୍‌ଗାର୍ଡ ଓ ପୁଲିସ୍ ମୁତୟନ କରାଯାଇ ନଜରଦାରି କଡ଼ାକଡ଼ି କରାଯାଇଛି। ଏଫ୍‌ଡିଆର୍‌ ଇନ୍‌ଚାର୍ଜ ବିଘ୍ନେଶ ବେହେରା କହିଛନ୍ତି, “ପବନ ଗତି ଓ ଢେଉ ଉଚ୍ଚତା ବଢ଼ିଛି। ରେଡ୍‌ ଫ୍ଲାଗ୍ ଲଗାଯାଇଛି, ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି। ଆକ୍ରମଣ ଘଟଣାର ସମୀକ୍ଷା କରି ଉଚିତ ପଦକ୍ଷେପ ନିଆଯିବ।”

Share