ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ ପଞ୍ଚାୟତ ବିଞ୍ଝାଳା ଗ୍ରାମର ଶଙ୍କର ବରାଳ( ୬୦ ବର୍ଷ )ଙ୍କର ବିରିବାରୀ ଛକଠାରେ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ କୁହୁଡି ଫାଣ୍ଡି ଅଧିକାରୀ ପହଞ୍ଚି ଟାଙ୍ଗୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ସୂଚନାଅନୁସାରେ, କୌଣସି କାର୍ଯ୍ୟରେ ଶଙ୍କର ଘରୁ ବାହାରି OD୦2BKo734 ନମ୍ବର ବିଶିଷ୍ଟ ବାଇକ ଯୋଗେ ଟାଙ୍ଗୀ ଅଭିମୁଖେ ଯାଉଥିବା ସମୟରେ ଗୋଡି ବୋଝେଇ ମିନିଟ୍ରକ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗାଡିର ଆଗଚକା ତଳେ ପଡି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

 

Dharitri – Odisha’s No.1 Odia Daily

Share