କେସିଙ୍ଗା,୧୦।୨(ତୁମେଶ୍ୱର ସାହୁ):ରାଜସ୍ତାନରୁ ଓଡ଼ିଶା ଆସି ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଖରା ବର୍ଷାରେ ଜାତୀୟ ରାଜପଥ ପାର୍ଶ୍ୱରେ କୌଳିକ ବୃତ୍ତିକୁ ଆପଣେଇଛନ୍ତି ବଚିଲାଲ ଲୁହାର।
କଳାହାଣ୍ଡି ଜିଲା କେସିଙ୍ଗା ସହରର ସିନେମାଲ ନିକଟରେ ଥିବା ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ଦୀର୍ଘ ୩ ମାସ ହେଲା ନିଜ କୌଳିକ ବୃତ୍ତିକୁ ଆପଣେଇ ସାମଗ୍ରୀ ବିକୁଛନ୍ତି ବଚିଲାଲ। ସେ ରାଜସ୍ଥାନରୁ ଓଡିଶାର ପ୍ରତ୍ୟେକ ଜିଲାକୁ ବୁଲୁଛନ୍ତି। ସାଙ୍ଗରେ ଅଛନ୍ତି ସ୍ତ୍ରୀ ପୁଅ ଓ ବୃଦ୍ଧା ମା’। କି ଖରା କି ବର୍ଷା କାହାକୁ ଖାତିର ନକରି ସେତାଙ୍କ କର୍ମ କରିଚାଲିଛନ୍ତି।
ଘରୋଇ ଉପକରଣ ଟାଙ୍ଗିଆ, କଟୁରି, ବାର୍ଷି, ପନକି, ହେମଦସ୍ତା, କଡେଇ, ତାଓ୍ବା ଇତ୍ୟାଦି ଘରେ ବ୍ୟବହୃତ ଆବଶ୍ୟକୀୟ ସାମଗ୍ରୀ ନିଜେ ତିଆରିକରି ବଜାରରେ ବିକ୍ରି କରି ପରିବାର ଚଳାଉଛନ୍ତି ।
ବଚିଲାଲ ମା’, ୪ ପୁଅ, ସ୍ତ୍ରୀ, ବୋହୂଙ୍କୁ ନେଇ ରାଜ୍ୟରାଜ୍ୟ ବୁଲି ଏହି କୌଳିକ ବୃତ୍ତିକୁ ଆପଣେଇ ଜୀବନ କାଟୁଛନ୍ତି। ଜାତୀୟ ରାଜପଥ ହେଉ କିମ୍ବା ଗ୍ରାମାଞ୍ଚଳ ହେଉ ଯେଉଁଠି ସୁବିଧା ଦେଖି ସେ ତାଙ୍କ ଉପକରଣ ତିଆରି କରିଥାନ୍ତି। ପରିବାରର ସମସ୍ତେ ମିଳିମିଶି କାମ କରିଥାନ୍ତି। ଲୋକଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ସାମଗ୍ରୀ ପ୍ରସ୍ତୁତ କରନ୍ତି।
ଏ ସଂକ୍ରାନ୍ତରେ ବଚିଲାଲଙ୍କୁ ପଚାରିବାରୁ ମୋର ବାପା, ଅଜା, ଠାରୁ ୭ ପିଢ଼ି ଅର୍ଥାତ ୭ ଶହ ବର୍ଷରୁ ଏହି କୌଳିକ ବୃତ୍ତି କରି ପରିବାର ଗୁଜୁରାଣ ମେଣ୍ଟାଉଛି ବୋଲି ପ୍ରକାଶ କରଛନ୍ତି।
Dharitri – Odisha’s No.1 Odia Daily