କାଦୁଅ ହେଲା କାଳ: ଚାଲିଗଲା ଜଣଙ୍କ ଜୀବନ

ଭଞ୍ଜନଗର,୮ା୯(ବାବୁଲା ପ୍ରଧାନ): ତାରସିଂ ଥାନା ଅନ୍ତର୍ଗତ ଭୂରୁଡୁପଲ୍ଲୀରେ ସୋମବାର ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭୂରୁଡୁପଲ୍ଲୀର ପ୍ରକାଶ ଚନ୍ଦ୍ର ମହାନ୍ତି (୫୫) । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ଏ ନେଇ ନଂ.୧୬/୨୫ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସକାଳେ ପ୍ରକାଶ ଗ୍ରାମ ପୋଖରୀକୁ ଗାଧୋଇ ଯାଇଥିଲେ। ବର୍ଷା ହୋଇଥିବାରୁ ପୋଖରୀ ଆଡି କାଦୁଅ ଥିବା ଯୋଗୁ ପ୍ରକାଶଙ୍କ ଗୋଡ଼ ଖସିଯାଇ ପାଣିରେ ବୁଡ଼ି ଯାଇଥିଲେ।