ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଗୋଲାମୁଣ୍ଡା,୨୩ା୨(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଫାଣ୍ଡି ଅନ୍ତର୍ଗତ ଘୋଟିଆ ବ୍ରିଜ ନିକଟରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକହେଲେ ଭବାନୀପାଟଣା ଥାନା ଅନ୍ତର୍ଗତ ଦେପୁର ଗ୍ରାମର ସୁରେନ୍ଦ୍ର କୁମାର ଜାନି(୩୦)।

ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ସୁଦାମ ଗୁରୁ। ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ସୁରେନ୍ଦ୍ର ବାଇକ୍‌ ଯୋଗେ କୌଣସି କାମରେ ଗୋଲାମୁଣ୍ଡା ଯାଇଥିଲେ। ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଗୁରୁତରଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।