ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର ଚଣ୍ଡୀ (୫୫)ଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସହିତ ଥିବା ନରସିଂ ଚଣ୍ଡି ଗୁରୁତର ହୋଇଥିଲେ।

ଏ ନେଇ କୋକସରା ଥାନାରେ ଗତ ୪ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା ପରେ ବେଲ ବଣ୍ଡରେ ଛାଡିଥିଲା।

ଏହି ଘଟଣାରେ ଗୁରୁବାର ମୃତକ ଓ ଗୁରୁତର ବ୍ୟକ୍ତିଙ୍କ ପରିବାର ଲୋକେ ଥାନାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଯୁବକଙ୍କୁ ଗିରଫ କରିବା ସହିତ ଗୁରୁତରଙ୍କ ଚିକିତ୍ସା ସହାୟତା ଦେବାକୁ ଦାବି କରି ଥାନା ଆଗରେ ହୋହଲ୍ଲା କରିଥିଲେ। ପରେ ପୋଲିସ ଏକ ମାମଲା (ନଂ.୩୧୭/୨୫) ରୁଜୁ କରି ଦୁର୍ଘଟଣା ଘଟାଇଥିବା ଡାଲଗୁମା ଗ୍ରାମର ରାହୁଲ ଧରୁଆ (୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି।