ଖୋର୍ଦ୍ଧା,୨୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଝିଙ୍କିଝାରିରେ ଥିବା ମେଗା କ୍ରସର୍ରେ ଅଘଟଣ ଘଟିଛି। କ୍ରସର ବେଲ୍ଟରେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲାର ହରନାଗର ବାରଭାଗେ ଗ୍ରାମର ଅବଦୁଲ ରହିମ ପିର (୧୯)। ଘଟଣାସ୍ଥଳରେ ସଦର ପୋଲିସ ମୃତଦେହ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଛି।