ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ କଲୋନୀ ସାହିର  ନଞ୍ଜା ଦିଗାଲ ଏବଂ ତାଙ୍କ ସ୍ତ୍ରୀ ନମନ୍ତୀ ଦିଗାଲଙ୍କ କ୍ଷେତ୍ରରେ।
ପ୍ରକାଶ ଯେ, ନଞ୍ଜା ଜଣେ ଦିବ୍ୟାଙ୍ଗ ତାଙ୍କ କହିବା ଶକ୍ତି ହରାଇ ବସିଥିବା ସହ କାନକୁ ଭଲରେ ଶୁଭୁନାହିଁ। କି ସେ ଚାଲିପାରୁ ନାହାନ୍ତି। ସେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ବୋଲି ତାଙ୍କ ପୁଅ ବୁଲୁ କହିଛନ୍ତି। ମାତ୍ର ତାଙ୍କ  ଦିବ୍ୟାଙ୍ଗ ପ୍ରମାଣ ପତ୍ରରେ ସେ କମ ପ୍ରତିଶତ ଦିବ୍ୟାଙ୍ଗ ଦର୍ଶାଯାଇଛି। ସେ ପ୍ରକୃତ ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇ ଥିଲେ ମଧ୍ୟ ସରକାରଙ୍କ ଯୋଜନାରୁ ସେ ସମ୍ପୂର୍ଣ୍ଣ ସାହାଯ୍ୟ ପାଉ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତିି। ସେ ପାଇଥିବା ପ୍ରମାଣପତ୍ର ଅନୁସାରେ ମାସକୁ ମାତ୍ର ୧ ହଜାର ହିଁ ପାଉଛନ୍ତି। ତାହା ତାଙ୍କ ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ନିଅଣ୍ଟ ପଡୁଛି । ଔଷଧ କିଣିବା ଓ ଘରେ ଦୁଇ ଓଳି ଦୁଇ ମୁଠା ଖାଇବା ସମ୍ଭବ ହେଇ ନ ଥିବ କହିଛନ୍ତି। ଏହାର ତଦନ୍ତ କରି ପୁନଃ ତାଙ୍କୁ ଶତ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ ପାଇଁ ପୁଅ ବୁଲୁ ଦିଗାଲ ଦାବି କରିଛନ୍ତି।
ସେହିପରି  ନଞ୍ଜାଙ୍କ ସ୍ତ୍ରୀ ନମନ୍ତୀ ଦିଗାଲଙ୍କୁ ୬୦ବର୍ଷ ପୂରିି ଯାଇଥିବା ବେଳେ ତାଙ୍କୁ ଏଯାଏ ବାର୍ଦ୍ଧକ୍ୟ ଭତ୍ତା ମିଳୁନି । ତେଣୁ ସେ ତାଙ୍କ ସ୍ବାମୀଙ୍କ ପାଇଁ ଓ ନିଜ ପାଇଁ ସରକାର ସହାୟତା ଦେବାକୁ ଦାବି କରିବା ସହ ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ  ନମନ୍ତୀ ଏବଂ ନଞ୍ଜାଙ୍କ ପୁଅ ବୁଲୁ ଦାବି କରିଛନ୍ତି ।
Dharitri – Odisha’s No.1 Odia Daily