ଏଲ୍‌ଆଇସିର ସ୍ମାର୍ଟ ପେନ୍‌ସନ ପ୍ଲାନ୍‌

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ୍‌ ସ୍ମାର୍ଟ ପେନ୍‌ସନ ପ୍ଲାନ୍‌ ଆରମ୍ଭ ହୋଇଛି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରଣାଳୟର ଡିଏଫ୍‌ଏସ୍‌ ସଚିବ ଏମ୍‌. ନାଗାରାଜୁ, ଡ. ଏମ୍‌.ପି. ତାଙ୍ଗିରଲା, ପ୍ରଶାନ୍ତ କୁମାର ଗୋୟଲଙ୍କ ସମେତ ଏଲ୍‌ଆଇସି ସିଇଓ ସିଦ୍ଧାର୍ଥ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଏହି ପ୍ଳାନ୍‌ର ଶୁଭାରମ୍ଭ କରାଯାଇଛି। ଏହା ଏକ ସିଙ୍ଗଲ ପ୍ରିମିୟମ୍‌ ସହ ଇମିଡିଏଟ୍‌ ଆନୁଇଟି ପ୍ଲାନ୍‌ ହୋଇଥିବାବେଳେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି ପ୍ଲାନ୍‌ ପାଇଁ ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ହୋଇଥିବାବେଳେ ସର୍ବାଧିକ ବୟସ ଆନୁଇଟି ଆଧାରରେ ୬୫ରୁ ୧୦୦ ବର୍ଷ ମଧ୍ୟରେ ରହିଛି। ଏହି ପ୍ଲାନ୍‌ର ଅନ୍ୟାନ୍ୟ ବୈଶିଷ୍ଟ୍ୟ ରହିଥିବାବେଳେ ସବିଶେଷ ତଥ୍ୟ ପାଇଁ ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।