ଫଚ୍ୟୁନ୍‌ ଗ୍ଲୋବାଲ ୫୦୦ ତାଲିକାରେ ଏଲ୍‌ଆଇସି

ନୂଆଦିଲ୍ଲୀ, ୪ା୮ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍‌ଆଇସି) ଫର୍ଚ୍ୟୁନ୍‌ ଗ୍ଲୋବାଲ ୫୦୦ ତାଲିକାରେ ସ୍ଥାନିତ ହୋଇଛି। ନିକଟରେ ଶେୟାର ବଜାରରେ ପଞ୍ଜୀକୃତ ହୋଇଥିବା ଏଲ୍‌ଆଇସି ଚଳିତ ଆର୍ଥିକ ବର୍ଷରେ ୯୭.୨ ବିଲିୟନ ଡଲାର ରାଜସ୍ବ ଏବଂ ୫୫୩.୮ ନିୟୁତ ଡଲାର ଲାଭ ସହ ତାଲିକାର ୮୯ତମ ସ୍ଥାନରେ ରହିଛି।