ଏଲ୍‌ଆଇସି ଶାଖାର ନୂତନ କାର୍ଯ୍ୟାଳୟ

ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ଭାରତୀୟ ଜୀବନବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର କଟକ ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡ଼ା ଶାଖାର ନୂତନ କାର୍ଯ୍ୟାଳୟ ପାଣ୍ଡରି ଦୁହୁରିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏଲ୍‌ଆଇସିର ସିଇଓ ତଥା ଏମ୍‌ଡି ସିଦ୍ଧାର୍ଥ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏଲ୍‌ଆଇସି ପୂର୍ବ ମଧ୍ୟ କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର,ଇଡି ଇଞ୍ଜିନିୟରି ବି. ବି. ଯାଦବ, ମୁଖ୍ୟଯନ୍ତ୍ରୀ ପି. କେ. ଜେ. ଡୁଙ୍ଗ୍‌ଡୁଙ୍ଗ୍‌, କ୍ଷେତ୍ରୀୟ ପ୍ରବନ୍ଧକ (ମାର୍କେଟିଂ) ମନୋଜ କୁମାର ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇଥିବାବେଳେ ଉଭୟ କଟକ ଡିଭିଜନ ଓ କେନ୍ଦ୍ରାପଡ଼ା ଶାଖାର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷୀରେ ମହାନ୍ତି କହିଥିଲେ, ନୂତନ ଶାଖା କାର୍ଯ୍ୟାଳୟ ଦ୍ୱାରା ଜିଲାବାସୀ ତ୍ୱରିତ ଓ ଉନ୍ନତ ସେବା ପାଇପାରିବେ। ଏପରିକି ଏଲ୍‌ଆଇସି ଉପରେ ପୂର୍ବବତ ଆସ୍ଥା ଓ ବିଶ୍ୱାସ ଅତୁଟ ରଖିବାକୁ ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, କଟକ ଡିଭିଜନ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ଉଦ୍‌ଘାଟନୀ ସଭାକୁ ଡିଭିଜନର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅସିମ କୁମାର ପରିଚାଳନା କରିଥିଲାବେଳେ କେନ୍ଦ୍ରାପଡ଼ା ଶାଖାର ଶାଖା ମୁଖ୍ୟ କେ. କୁମାର ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।

Share
Tags: LIC