କଟକରେ ଏଲ୍‌ଜିର ପ୍ରଥମ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ

କଟକ,୨୬।୧: ଦେଶର ପ୍ରମୁଖ ଇଲେଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ଏଲ୍‌ଜି ଇଲେଟ୍ରୋନିକ୍ସ ଇଣ୍ଡିଆ ପ୍ରା.ଲି.ର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ (ବେଷ୍ଟ ଶପ୍‌) ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜି ଡିଷ୍ଟ୍ରିବ୍ୟୁଟର୍ସ ଆନୁକୂଲ୍ୟରେ କଟକର ପ୍ରଥମ ତଥା ଓଡ଼ିଶା ବଜାରରେ ୧୫ତମ ବ୍ରାଣ୍ଡ୍‌ ଶପ୍‌ ସ୍ଥାନୀୟ ବକ୍ସିବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ଏଲ୍‌ଜି ଇଲେଟ୍ରୋନିକ୍ସ ଇଣ୍ଡିଆର ଶାଖା ପରିଚାଳକ (ଓଡ଼ିଶା) ଶ୍ରୀମନ୍ତ ଖଣ୍ଡୁଆଳ, ବିଏମ୍‌ଏମ୍‌ ସିଦ୍ଧାର୍ଥ ଦୀପଙ୍କର, ଏଏମ୍‌ ଜୟପ୍ରକାଶ ଚୌଧୁରୀ, ଜିଏମ୍‌ ବ୍ରାଣ୍ଡ୍‌ ଶପ୍‌ (ଏସ୍‌ ଆଣ୍ଡ ଓ)ର ଦୀପକ ଅଗ୍ରୱାଲ ଏବଂ ବାଲାଜି ଡିଷ୍ଟ୍ରିବ୍ୟୁଟର୍ସର ପ୍ରୋପ୍ରାଇଟର ଗଜାନନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ୨୦୦୦ବର୍ଗ ଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଶପ୍‌ରେ ଏଲ୍‌ଜିର ବିସ୍ତୃତ ଉତ୍ପାଦ ଓ ଗ୍ୟାଜେଟ ଉପଲବ୍ଧ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ବ୍ରାଣ୍ଡ୍‌ ଉଦ୍‌ଘାଟନୀ ଅବସରରେ ଏଲ୍‌ଜି ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଓ ସୁବିଧା ଯୋଗାଇ ଦିଆଯାଉଛି।

ଏ ସମ୍ପର୍କରେ ଏଲ୍‌ଜି ଇଲେଟ୍ରୋନିକ୍ସ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ମନୀଷ ସିଙ୍ଘଲ କହିଛନ୍ତି, ଭାରତରେ ଆମେ ଏକ ପ୍ରମୁଖ କଞ୍ଜୁମର ଓ ସେଣ୍ଟ୍ରିକ ବ୍ରାଣ୍ଡ୍‌ ହୋଇଥିବାରୁ ସର୍ବଦା ଗ୍ରାହକ ସେବାକୁ ଗୁରୁତ୍ୱ ଦେଇଥାଉ। ଏପରିକି ଗ୍ରାହକ ଚାହିଦା ଓ ଆବଶ୍ୟକତା ପୂରଣକୁ ଅଗ୍ରାଧିକାର ଦିଆଯାଇଥାଏ। ସେହିଭଳି ଉକ୍ତ ଶପ୍‌ରେ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦ ଉପଲବ୍ଧ କରାଇବା ସହ ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ ଓ ସେବା ଯୋଗାଇ ଦିଆଯିବ ବୋଲି ସେ ମତ ପ୍ରକାଶ କରିଥିଲେ।