ପ୍ରାୟ ୧ଘଣ୍ଟା ଧରି ଚାଲିଲା ଏଲ୍‌ଜି-କେଜ୍‌ରିଓ୍ବାଲଙ୍କ ବୈଠକ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ କେଜ୍‌ରିୱାଲ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ନର(ଏଲ୍‌ଜି) ବିନୟ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଇତିମଧ୍ୟରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏଲ୍‌ଜି ବିନୟ ସାକ୍ସେନାଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକ ଏଲ୍‌ଜି ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦିଲ୍ଲୀର କାର୍ଯ୍ୟରେ ଏଲ୍‌ଜିଙ୍କ ହସ୍ତକ୍ଷେପ ବୃଦ୍ଧି ପାଉଛି। ଯେଉଁଥିପାଇଁ ଦିଲ୍ଲୀର କୌଣସି କାର୍ଯ୍ୟ ହୋଇପାରୁନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଚାହୁଁ ଯେ ପାରସ୍ପରିକ ମତଭେଦକୁ ଦୂର କରି ଏକାଠି ହୋଇ କାମ କରିିବା। ଏହି ଉଦ୍ଦେଶ୍ୟରେ ସେ ଏଲ୍‌ଜିଙ୍କୁ ଭେଟିଥିଲେ। ଅନେକ ଆଇନଗତ ନିର୍ଦ୍ଦେଶ ଏବଂ ସମ୍ବିଧାନ ପୁସ୍ତକ ନେବା ସହ ସେ କୋର୍ଟକୁ ମଧ୍ୟ ଯାଇଥିଲେ। ତେବେ ନିରପେକ୍ଷ ନିଷ୍ପତ୍ତି ନେବାକୁ ଏଲ୍‌ଜିଙ୍କ କୌଣସି ଅଧିକାର ନାହିଁ ବୋଲି କୋର୍ଟ କହିଛନ୍ତି। ଏନେଇ ସେ ଏଲ୍‌ଜିଙ୍କ ପାଖରେ ଉପସ୍ଥାପନ କରିଥିଲେ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

Share