ପାର୍ଲାମେଣ୍ଟ ବଜେଟ ଅଧିବେଶନରେ ଚାଇନା ଉପରେ ଆଲୋଚନା ହେଉ: କଂଗ୍ରେସ

ନୂଆଦିଲ୍ଲୀ,୨୮।୧(ପି.ଟି.): ଡିଜିପି-ଆଇଜିପି ବାର୍ଷିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିବା ରିସର୍ଚ୍ଚ ପେପରକୁ ନେଇ କଂଗ୍ରେସ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଚାଇନା ପ୍ରତି ସରକାରଙ୍କ ଦୁର୍ବଳ ମନୋଭାବକୁ ରିସର୍ଚ ପେପର ପଦାରେ ପକାଇଥିବା କଂଗ୍ରେସ ଅଭିଯୋଗ କରିବା ସହ ଆଗାମୀ ବଜେଟ ଅଧିବେଶନରେ ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ଚାଇନାକୁ ଭୟ କରନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ଆହ୍ବାନ ଦେଇଛନ୍ତି। ଚାଇନାର ବେଆଇନ ଦଖଲ ଏବଂ ଭିତ୍ତିଭୂମି ନିର୍ମାଣ ଅଭିଯୋଗକୁ ମୋଦି ସରକାର କ୍ରମାଗତ ଭାବେ ଖଣ୍ଡନ କରିଆସୁଛନ୍ତି। ଏହା ଚାଇନାକୁ ଉତ୍ସାହିତ କରିବା ସହ ଭାରତର ଜାତୀୟ ସୁରକ୍ଷା ପ୍ରତି ସାଲିସ୍‌ କରାଯାଉଥିବା ଖେରା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।