ହିନ୍ଦୋଳ,୩୧।୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବାଘ ଧରିଆ ଗ୍ରାମରେ ଗୁରୁବାର ଭୋର ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ଏହାର ପ୍ରତିବାଦରେ ସାତ ମାଇଲ ଛକଠାରେ ଅଂଚଳ ବାସୀ ରାସ୍ତାରୋକ କରିଛନ୍ତି।