ନୂଆଦିଲ୍ଲୀ,୮|୨(ପି.ଟି.): ବୋତୋସ୍ବାନାରୁ ପ୍ରଥମ ପର୍ଯ୍ୟାୟରେ କେତେକ ଚିତାବାଘ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଆସି ପହଞ୍ଚତ୍ବେ ବୋଲି ଆଶା କରାଯାଉଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶନିବାର କହିଛନ୍ତି। ସେଠାରୁ ୮ଟି ଚିତାବାଘ ଆଣିବା ପାଇଁ ଯୋଜନା ଚାଲିଛି। ବାଘ ସଂଖ୍ୟାରେ ପରିବର୍ତ୍ତନ ଏବଂ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ କେନ୍ଦ୍ର ପ୍ରାୟୋଜିତ ଯୋଜନା କାର୍ଯ୍ୟକାରିତାର ଆକଳନ ଆଦି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାଘ୍ର ସଂରକ୍ଷଣକୁ ନେଇ ରହିଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ସମୀକ୍ଷା କରିବା ଲାଗି ୪ଟି କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବାକୁ ଯାଦବ କହିଛନ୍ତି ।
ରାଜସ୍ଥାନର ଅଲଓ୍ବାରରେ ବାଘ ଥିବା ରାଜ୍ୟଗୁଡ଼ିକର ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଏବଂ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର କ୍ଷେତ୍ର ନିର୍ଦ୍ଦେଶକମାନଙ୍କ ୨ ଦିନିଆ ସମ୍ମିଳନୀର ଉଦ୍ଘାଟନୀ ଅବସରରେ ଉଦ୍ବୋଧନ ଦେଇ ପରିବେଶ ମନ୍ତ୍ରୀ କହିଛନ୍ତି, ବ୍ୟାଘ୍ର ସଂରକ୍ଷଣରେ ଭାରତ ୫୦ ବର୍ଷ ପୂରଣ କରିଥିବାରୁ ବିସ୍ତୃତ ନୀତି ସମୀକ୍ଷାର ଏହା ଉପଯୁକ୍ତ ସମୟ। ଦେଶରେ ଲୁପ୍ତ ହୋଇଥିବା ବନ୍ୟପ୍ରାଣୀଗୁଡ଼ିକର ଅନ୍ତର୍ଜାତୀୟ ସ୍ଥାନାନ୍ତରଣରେ ଭାରତ ସଫଳତା ହାସଲ କରିଛି।
ବିଦେଶରୁ ଅଣାଯାଇଥିବା ଚିତାବାଘଗୁଡ଼ିକ ଭାରତରେ ଜନ୍ମିତ ତୃତୀୟ ପିଢ଼ିରେ ପହଞ୍ଚତ୍ଥିବାବେଳେ ଫେବୃଆରୀ ଶେଷ ସୁଦ୍ଧା ଆଉ ଏକ ନୂଆ ବ୍ୟାଚ୍ ଚିତାବାଘ ବୋତ୍ସଓ୍ବାନାରୁ ଆସି ଭାରତରେ ପହଞ୍ଚତ୍ବା ଆଶା କରାଯାଉଛି ବୋଲି ଯାଦବ କହିଛନ୍ତି। ୨୦୨୨ ସେପ୍ଟେମ୍ବରରେ ଭାରତ ପ୍ରୋଜେକ୍ଟ ଚିତା ଆରମ୍ଭ କରି ଆଫ୍ରିକୀୟ ଦେଶ ନାମିବ୍ୟାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତାବାଘ ଆଣିଥିଲା।