ଜିଦ୍‌ରେ ଅଟଳ: ବିଧାୟକ ଦଳ ବୈଠକରେ ଯୋଗ ଦେଲେ ନାହିଁ ପାଇଲଟ

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନରେ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଶାସନ ଗାଦିର ରାଜନୀତି ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି। ଦଳପ୍ରତି ବିରୋଧ ମନୋଭାବ ପରେ ଦଳରୁ ଅଲଗା ହୋଇଯିବାକୁ ଚାହୁଁଥିବା ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମନାଇବା ଏବେ କଂଗ୍ରେସ ପାଇଁ ସବୁଠାରୁ ବଡ କାଠିକର ପାଠ ହୋଇଯାଇଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବି ସଚିନ ଯୋଗ ଦେଇନାହାନ୍ତି। ଏବେ ମିଳିଥିବା ବିଶେଷ ସୂତ୍ରରୁ ଜଣାପଡିଛି କି ବୈଠକରେ ସାମିଲ ନ ହୋଇଥିବା ବିଧାୟକମାନଙ୍କୁ କଂଗ୍ରେସ ପକ୍ଷରୁ ନୋଟିସ ଜାରି କରାଯାଇପାରେ। ଗୋଟିଏ ପଟେ ପାଇଲଟ ଯୋଗ ନ ଦେବା ଓ କେତେଜଣ ବିଧାୟକ ମଧ୍ୟ ନ ଆସିବା ସଚିନଙ୍କ ସହ କଥାବାର୍ତ୍ତାର ସମସ୍ତ ବାଟକୁ ବନ୍ଦ କରି ଦେଇଥିବା ଆଲୋଚନା ହେଉଛି।