Categories: Home Leftଖେଳ

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ ଫାଇନାଲ! ଭବିଷ୍ୟବାଣୀ କଲା ପାକିସ୍ତାନ

ନୂଆଦିଲ୍ଲୀ,୩।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେମିଫାଇନାଲ ପାଇଁ ଚାରୋଟି ଦଳ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମିଫାଇନାଲ ୪ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲ ୫ ମାର୍ଚ୍ଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଉଭୟ ମ୍ୟାଚ ଇଡେନ ଗାର୍ଡେନ୍ସ ଏବଂ ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଜୟୀ ଦଳ ଫାଇନାଲକୁ ଯିବେ ଏବଂ ୮ ମାର୍ଚ୍ଚରେ ଟ୍ରଫି ପାଇଁ ମୁହାଁମୁହିଁ ହେବେ।

ଏହି ସମୟରେ କିମ୍ବଦନ୍ତୀ ଖେଳାଳିମାନେ ଭବିଷ୍ୟବାଣୀ କରୁଛନ୍ତି। ପୂର୍ବତନ ପାକିସ୍ତାନୀ ଖେଳାଳି ମହମ୍ମଦ ୟୁସୁଫ ବିଶ୍ୱାସ କରନ୍ତି ଯେ ଏଥର ଭାରତ ଏବଂ ଦକ୍ଷିଣ ଆଫ୍ରିକା ପୁଣି ଥରେ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିବେ। ସେହିପରି କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା କହିଛନ୍ତି ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ।

Dharitri – Odisha’s No.1 Odia Daily

Share
Tags: Sports News