ପରଲୋକରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୫।୯: ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଅଗଷ୍ଟ ୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଚେନ୍ନାଇରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୩ରେ ତାଙ୍କୁ କରେନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାପରେ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ୧୯୪୬ ମସିହା ଜୁନ୍‌ ୪ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିବା ବାଲାସୁବ୍ରମଣ୍ୟମ୍‌ ୪୦ ହଜାରୁ ଅଧିକ ଗୀତରେ କଣ୍ଠଦାନ କରିଥିଲେ। ତାମିଲ ଏବଂ ହିନ୍ଦୀ ଫିଲ୍ମ ଜଗତରେ ଅନେକ ହିଟ୍‌ ଗୀତ ସେ ଗାଇଥିଲେ। ତାଙ୍କ ମୃତ୍ୟୁରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।