କେସିଙ୍ଗା, ୧୪।୫( ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ତାଲୁକ ଆଇନ ସେବା ସମିତି ପକ୍ଷରୁ ବ୍ଲକର ତୁଣ୍ଡଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ନିଶୁଳ୍କ ସହାୟତା ନମ୍ବର ୧୫୧୦୦ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ତରଫରୁ ପ୍ରଦାନ କରାଯାଇ ଥିଲା। ଅନଲାଇନ ମାଧ୍ୟମରେ ଆଇନ ସେବା ସମ୍ବନ୍ଧୀୟ ଦରଖାସ୍ତ ପଞ୍ଜିକରଣ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଲୁକ ଆଇନ ସେବା ସମିତିର ଦିପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବରିଷ୍ଠ ଆଇନଜୀବି ସୌମ୍ୟ ରଞ୍ଜନ ମିଶ୍ର, ପଲମ ଫାଣ୍ଡି ଅଧିକାରୀ ଜ୍ଞାନ ରଞ୍ଜନ ମାଝୀ, ପଞ୍ଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ ପାର୍ଥ ରଣାଙ୍କ ସମେତ ଗ୍ରାମର ଜନସାଧାରଣମାନେ ଉପସ୍ଥିତ ଥିଲେ। ଆଖପାଖ ଅଞ୍ଚଳର ବହୁ ସମାଜସେବୀ, ମହିଳା ଗୋଷ୍ଠୀ ପ୍ରମୁଖ ଯୋଗଦେଇଥିଲେ।