ବାଲ୍ୟବିବାହ ବନ୍ଦ ନେଇ ଆଇନ ସେବା ପ୍ରାଧିକରଣ ପକ୍ଷରୁ ତତ୍ପରତା 

ପାଟଣା,୯।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଶୁକ୍ରବାର ଜିଲା ଆଇନ ସେବା ପ୍ରାଧିକରଣ ତତଫରୁ ବାଲ୍ୟବିବାହ ବନ୍ଦ, ନିଶାମୁକ୍ତ ରାଷ୍ଟ୍ର ଗଠନ ଓ ପରିବେଶ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ପ୍ରାଧିକରଣ ସଂମ୍ପାଦକ ଅକ୍ଷୟ କୁମାର ଚକ୍ରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା।
ମୂଖ୍ୟଅତିଥି ଭବେ ଜିଲା ଆଇନ ସେବା ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ, ସମ୍ମାନୀତ  ଆତିଥି ଭାବେ ସ୍ଥାୟୀଲୋକ ଅଦାଲତ ଅଧକ୍ଷ ଇ ବିଘ୍ନେଶ୍ୱର ରାଓ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ପାଟଣା ବିଡିଓ ମାନସ କୁମାର ଦଣ୍ଡ ପାଟ, ଉପ ଆରଖି ଅଧିକ୍ଷକ ଉଲ୍ଲାସୀ ମାଝି, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶୁଭେନ୍ଦୁ ସାଗର କୁମାର ନାଏକ, ସିଡିପିଓ କଳ୍ପନା ଦୋରା, ପାଟଣା ଥାନା ପକ୍ଷରୁ ଏସ୍‌ଆଇ ଲକ୍ଷ୍ମଣ ମାଝି ପ୍ରମୁଖ ସାମିଲ ହୋଇ ଉପସ୍ଥିତ ଲୋକ ପ୍ରତିନିଧି ଓ ଅଧିକାରୀଙ୍କୁ ଅବଗତ  କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକର ପିଆରଆଇ ମେମ୍ବର, ସିଆରସି ଓ ସୟଂ ସହାୟିକା ମହିଳାମାନେ ସାମିଲ ହୋଇଥିଲେ।
Dharitri – Odisha’s No.1 Odia Daily