JNU ଛାତ୍ର ସଂସଦ ନିର୍ବାଚନ ୨୦୨୫: ‘ବାମ ମେଣ୍ଟ’ର କ୍ଲିନ୍ ସୁଇପ୍

ନୂଆଦିଲ୍ଲୀ,୬।୧୧: ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ଛାତ୍ର ସଂସଦ (JNUSU) ନିର୍ବାଚନ ୨୦୨୫ର ଫଳାଫଳ ଘୋଷଣା ହୋଇଛି। ଏଥିରେ ବାମପନ୍ଥୀ ଛାତ୍ର ସଂଗଠନର ମେଣ୍ଟ ‘ଲେଫ୍ଟ ୟୁନିଟି’ (Left Unity) ବିଜୟର ପତାକା ଉଡ଼ାଇ ସମସ୍ତ ୪ଟି ମୁଖ୍ୟ ପଦବୀରେ କ୍ଲିନ୍ ସୁଇପ୍ କରିଛି।

ମୁଖ୍ୟ ପଦବୀରେ ବିଜୟୀ ପ୍ରାର୍ଥୀ (ଲେଫ୍ଟ ୟୁନିଟି):

ସଭାପତି (President): ଅଦିତି ମିଶ୍ର

ଉପ-ସଭାପତି (Vice-President): କିଝାକୋଟ୍ ଗୋପିକା ବାବୁ

ସାଧାରଣ ସମ୍ପାଦକ (General Secretary): ସୁନୀଲ ଯାଦବ

ଯୁଗ୍ମ ସମ୍ପାଦକ (Joint Secretary): ଦାନିଶ ଅଲ୍ଲୀ

ସୂଚନା ଅନୁଯାୟୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ଲେଫ୍ଟ ୟୁନିଟି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ବିଶେଷ କରି ସାଧାରଣ ସମ୍ପାଦକ ପଦବୀରେ ଫଳାଫଳ ଅତ୍ୟନ୍ତ ସଂକୀର୍ଣ୍ଣ ବ୍ୟବଧାନରେ ଥିଲା।

ଚଳିତ ବର୍ଷ ବାମ ମେଣ୍ଟରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA), ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI), ଏବଂ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଫ୍ରଣ୍ଟ (DSF) ସାମିଲ ଥିଲେ।

Share
Tags: JNUSU polls