ଜଙ୍ଗଲ ଅଧିକାର, ଜୀବନଜୀବିକା, ସୁଶାସନ ପ୍ରକଳ୍ପ ନେଇ…

ଦାରିଙ୍ଗବାଡ଼ି,୧୭ା୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଜାଗୃତି ସଭାଗୃହ ପରିସର ମଧ୍ୟରେ ଜଙ୍ଗଲ ଅଧିକାର, ଜୀବନଜୀବିକା ଓ ସୁଶାସନ ପ୍ରକଳ୍ପ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଜାଗୃତିର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲଦାର ଧୀରୋଜ ପାତ୍ର ଯୋଗଦେଇ ଗୋଷ୍ଠୀଗତ ଜଙ୍ଗଲର ସୁରକ୍ଷା ଓ ଅଧିକାର ଜଙ୍ଗଲ ଜାତୀୟ ସମ୍ପଦକୁ ସୁରକ୍ଷା ଦେବାସହ ଉଚିତ ଦରରେ ବିକ୍ରି କରି କିଭଳ ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଲୋକମାନଙ୍କୁ କହିଥିଲେ। ଏସମ୍ପର୍କରେ ୨ ଦିନିଆ କର୍ମଶାଳାରେ ଉପସ୍ଥିତ ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀ ଶିଖିଲେ। ସେହିପରି ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ବଜାରରେ ପ୍ରବେଶ ମାଧ୍ୟମରେ ସାମାଜିକ-ଅର୍ଥନୈତିକକୁ ସୁଦୃଢ଼ କରିବା ଏବଂ ଭଲ ମୂଲ୍ୟରେ ବିକ୍ରୟ କରିବା ପାଇଁ ସମ୍ପ୍ରଦାୟ ବନ ସମ୍ପଦ ପରିଚାଳନା କମିଟିକୁ ତହସିଲଦାର ପ୍ରଶଂସା ଏବଂ ଉତ୍ସାହିତ କରିଥିଲେ। ଗୋଷ୍ଠୀ ଜଙ୍ଗଲକୁ କିଭଳି ଭାବେ ପରିଚାଳନା କରାଯିବ ଜଙ୍ଗଲରୁ କ’ଣ ସବୁ ଅମଳ ହେଉଛି। ତାହା ଆମକୁ କିଭଳି ଜୀବନଜୀବିକା ସ୍ବାବଲମ୍ବୀ କରିବାରେ ସହଯୋଗ କରୁଛି। ଜଙ୍ଗଲକୁ ସୁରକ୍ଷା ଦିଆଗଲେ ସେ କେମିତି ଆମକୁ ଫାଇଦା ଦେଉଛି। ଜଙ୍ଗଲକୁ କିଭଳି ଜାଣିବା ଓ ଜଙ୍ଗଲ ସମ୍ବଳ ପରିଚାଳନା କମିଟିର ଭୂମିକା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତାଲିମ ପ୍ରଦାନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଜାଗୃତିର କାର୍ଯ୍ୟକ୍ରମ ଅଧିକାରୀ ସଦାନନ୍ଦ ସିଂ ପରିଚାଳନା କରିଥିଲେ।

 

Dharitri – Odisha’s No.1, Most Trusted Odia Daily