ନାବାଳିକାଙ୍କୁ ଗର୍ଭବତୀ କରିଥିଲେ ୭୦ ବର୍ଷର ବୃଦ୍ଧ: ମା’ ହେବା ପରେ ସିଲ୍‌ ହେଲା ଲକ୍ଷ୍ମୀ ହସ୍ପିଟାଲ

ଯାଜପୁରରୋଡ଼/ଧର୍ମଶାଳା,୨୧।୨(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି): ନାବାଳିକା ପ୍ରସବ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ଯାଜପୁର ରୋଡସ୍ଥିତ ଲକ୍ଷ୍ମୀ ହସ୍ପିଟାଲକୁ ଶନିବାର ସିଲ୍‌ କରାଯାଇଛି । ଏହା ପୂର୍ବରୁ ଲକ୍ଷ୍ମୀ ହସ୍ପିଟାଲର ମାଲିକ ଏବଂ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।
ସୂଚନା ମୁତାବକ ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ କୋପଣ୍ଡ ଅଞ୍ଚଳରେ ଭଡାରେ ରହୁଥିବା ଜଣେ ୧୬ ବର୍ଷୀୟା ନାବାଳିକା ଗର୍ଭବତୀ ହୋଇଥିବା ନେଇ ଯାଜପୁରରୋଡ଼ ଥାନାରେ ରବିବାର ସନ୍ଧ୍ୟାରେ ଅଭିଯୋଗ ହୋଇଥିଲା। ଉକ୍ତ ନାବାଳିକାଙ୍କ ସହ  ୭୦ ବର୍ଷୀୟ ବୃଦ୍ଧ ପଦ୍ମନାଭ ଶତତ୍ପଥୀ ଜୋର ଅନୈତିକ ସମ୍ପର୍କ ରଖି ୭ ମାସର ଗର୍ଭବତୀ କରିଥିଲେ।
ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଅଭିଯୁକ୍ତ ପଦ୍ମନାଭ ନାବାଳିକାଙ୍କୁ ସ୍ଥାନୀୟ ଲକ୍ଷ୍ମୀ ହସ୍ପିଟାଲରେ ଭର୍ତ୍ତିି କରିଥିଲେ। ସେଠାରେ ଡାକ୍ତର ନାବାଳିକାଙ୍କ ପ୍ରସବ କରାଇଥିଲେ।
ସୋମବାର ଘଟଣାର ତଦନ୍ତ ପାଇଁ ଯାଜପୁର ଜିଲା ସ୍ବାସ୍ଥ୍ୟ ଅଧିକାରୀ (କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ)ଙ୍କ ଏକ ଟିମ୍‌ ସମ୍ପୃକ୍ତ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିଥିଲେ।  ଉକ୍ତ  ସମୟରେ ଉକ୍ତ ହସ୍ପିଟାଲରେ କିଛି ରୋଗୀ ଚିକିତ୍ସିତ ହେଉଥିବାରୁ ଆସନ୍ତା ୨୦ ତାରିଖରେ ହସ୍ପିଟାଲକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବ ବୋଲି କୁହାଯାଇଥିଲା। ଶନିବାର  ଜିଲା ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପୋଲିସ ଉପସ୍ଥିତରେ ସମ୍ପୂର୍ଣ୍ଣ ହସ୍ପିଟାଲକୁ ଖାଲି କରାଯାଇ ଜଉମୁଦ ଦେଇ ସିଲ ୍‌କରାଯାଇଛି ।
Dharitri – Odisha’s No.1 Odia Daily

Share