ମୋହନା,୩।୧୦(ମନ୍ମଥ ମିଶ୍ର): ଲଘୁଚାପଜନିତ ଲଗାଣ ଅତିପ୍ରବଳ ବର୍ଷାରେ ଗଜପତି ଜିଲାର ମୋହନା ଥାନା ଆନ୍ତର୍ଗତ ବନ୍ଧାଗୁଡା ଗାଁ ଲକ୍ଷ୍ମଣ ମଲ୍ଲିକ ଲୁଡୁରୁ ଗାଁକୁ ଗାଈ ଚରାଇବାକୁ ଯାଇ ନଦୀରେ ନିଖୋଜ ଥିବାର ସୂଚନା ମିଳିଥିଲା l ଗ୍ରାମବାସୀ କୌଣସି ଅନୁସନ୍ଧାନ ପାଇପାରି ନ ଥିଲେ। ଆଜି ସକାଳ ୭ଟାରେ ନଦୀ ପଠାରେ ଏକ ମୃତଶରୀର ଏକ ଗଛକୁ ଲାଗି ରହିଥିବା ଗ୍ରାମବାସୀ ଦେଖିଥିଲେ। ପରେ ଅଗ୍ନିଶମ ବାହିନୀଙ୍କ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ମୋହନା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ଥିଲେ। ମୋହନା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି।