କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଆଇନଜୀବୀ, ପୋଲିସ ଡାକି କୋର୍ଟ ପରିସରରୁ ବାହାର କଲେ ବିଚାରପତି…

ଗୁଆହାଟୀ,୨୮।୧ : ଆବେଦନକାରୀଙ୍କ ଆଇନଜୀବୀ କୋର୍ଟ ପରିସରରେ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଶନିବାର ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କ ଆଇନଜୀବୀ ବି.କେ ମହାଜନ ଜିନ୍ସ ପିନ୍ଧିଥିଲେ। ତେଣୁ ତାଙ୍କୁ ହାଇକୋର୍ଟ ପରିସରରୁ ବାହାରକୁ ପଠାଇବାକୁ ବିଚାରପତି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ନ୍ୟାୟିକ ବ୍ୟବସ୍ଥା ସହିତ ଜଡିତ ଲୋକଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ କୋଡ ଅନୁସରଣ କରିବାକୁ ପଡିଥାଏ। ଆଇନଜୀବୀମାନଙ୍କର ଡ୍ରେସ କୋଡ ଆଡଭୋକେଟ ଆକ୍ଟ ୧୯୬୧ ଅଧୀନରେ ଆସିଥାଏ, ଯାହା ବାର୍‌ କାଉନସିଲ ଅଫ ଇଣ୍ଡିଆର ନିୟମ ଦ୍ୱାରା ପରିଚାଳିତ ହୋଇଥାଏ। ଡ୍ରେସ କୋଡ ଅନୁଯାୟୀ ଆଇନଜୀବୀଙ୍କ ପାଇଁ ଧଳା ଶର୍ଟ, ଧଳା ନେକ୍‌ ଟାଇ ଏବଂ କଳା କୋଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ, ନିୟମ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ବ୍ୟତୀତ ଆଇନଜୀବୀମାନେ ଗାଉନ ପିନ୍ଧନ୍ତୁ କି ନାହିଁ, ତାହା ଇଚ୍ଛାଧୀନ ରହିଛି।