ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ରାଜସ୍ବ ଉପଖଣ୍ଡ ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ କପା ମଣ୍ଡି ପରିସରରୁ ସୋମବାର ଚାଷୀ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ବ୍ରହ୍ମପୁର ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଅବିନାଶ କୁମାର ଅତିଥି ଭାବେ ଉପସ୍ଥିତ ରହିବା ସହ ସବୁଜ ପତାକା ଦେଖାଇ ରଥ ପରିକ୍ରମାର ଶୁଭ ଉଦ୍ଘାଟନ କରିଥିଲେ । ଚଳିତ ୨୦୨୫-୨୬ ଖରିଫ ବର୍ଷ ରେ ଚାଷୀଙ୍କ ଉତ୍ପାଦିତ ଧାନ ଓ ମାଣ୍ଡିଆ ସରକାରଙ୍କ ନିର୍ଦ୍ଧାରିତ ଦରରେ କ୍ରୟ ନିମନ୍ତେ ୨ଟି ସଚେତନତା ରଥ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥିଲା । ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ ଓ ମାଣ୍ଡିଆକୁ ମଣ୍ଡି ଖୋଲାଯିବା ପରେ ବିକ୍ରି କରିବା ନିମନ୍ତେ ଚାଷୀଙ୍କୁ ସଚେତନ କରାଯାଇଛି। ଏହି ସଚେତନତା ରଥ ଉଦଘାଟନ କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶିବାନନ୍ଦ ବେହେରା , ପୂର୍ବତନ ସମ୍ପାଦକ ଅରୁଣ କୁମାର ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସଚେତନତା ରଥ ଦିଗପହଣ୍ଡି,ସାନଖେମୁଣ୍ଡି,ପାତ୍ରପୁର,ଚିକିଟି, କୁକୁଡ଼ାଖଣ୍ଡିି ଓ ରଙ୍ଗେଇଲୁଣ୍ଡା ବ୍ଳକର ସମସ୍ତ ପଞ୍ଚାୟତ ଅଧୀନ ଗ୍ରାମ ମାନଙ୍କରେ ପରିଭ୍ରମଣ କରି ଚାଷୀଙ୍କୁ ସଚେତନ କରାଯିବ ବୋଲି ଜଣାପଡିଛି।